ଟ୍ରକ ଉପରେ ୫୮ ହଜାର ୪୦ ଟଙ୍କାର ଚାଲାଣ

ଟ୍ରକ ଉପରେ ୫୮ ହଜାର ୪୦ ଟଙ୍କାର ଚାଲାଣ

ଟ୍ରକ ଉପରେ ୫୮ ହଜାର ୪୦ ଟଙ୍କାର ଚାଲାଣ
ଭଦ୍ରକ - ଏକ ଧାନ ବୋଝେଇ ଟ୍ରକ ଉପରେ ପରିବହନ ବିଭାଗ ପକ୍ଷରୁ ଜୋରିମାନା କରାଯାଇଛି । ହଜାରେ କି ଦୁଇ ହଜାର ନୁହେଁ । ମୋଟ ୫୮ ହଜାର ୪୦ ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ । ପ୍ରକାଶ ଯେ, ଉକ୍ତ ଟ୍ରକଟି ଧାନ ବୋଝେଇ କରି ସମ୍ବଲପୁର ଯାଉଥିଲା । ତେବେ ଉକ୍ତ ଟ୍ରକର ପରମିଟ ନଥିଲା । ଖାଲି ସେତିକି ନୁହେଁ ପଲୁ୍ୟସନ ସାର୍ଟିଫିକେଟ ମଧ୍ୟ ନଥିଲା । ସବୁଠୁ ବଡ଼ କଥା ହେଲା ଟ୍ରକ ଚାଳକର ଟିଏଲ ମଧ୍ୟ ନଥିଲା । ଏହାଛଡ଼ା ଟ୍ରକଟି ଓଭର ଲୋଡିଂ ନେଇ ଯାଉଥିଲା । ଏସବୁକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ମୋଟ ୫୮ ହଜାର ୪୦ ଟଙ୍କାର ଜୋରିମାନା ଚାଲାଣ କଟାଯାଇଛି । ତେବେ ଜୋରିମାନା ତକ୍ରାଳ ଦେଇନପାରିବାରୁ ଉକ୍ତ ଟ୍ରକକୁ ତିହିଡ଼ି ଥାନାରେ ଜିମା ଦିଆଯାଇଛି ।