ଦୁର୍ଘଟଣାରେ ୨ ଡ୍ରାଇଭର ଜିବନ୍ତ ଦଗ୍ଧ !

ଦୁର୍ଘଟଣାରେ ୨ ଡ୍ରାଇଭର ଜିବନ୍ତ ଦଗ୍ଧ !

ଦୁର୍ଘଟଣାରେ ୨ ଡ୍ରାଇଭର ଜିବନ୍ତ ଦଗ୍ଧ !
ସମ୍ୱଲପୁର – ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଯୁଯୁମରା ୫୫ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣ ଜିବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ସୁଚନା ମୁତାବକ ଏକ ଲୁହାପଥର ବୋଝେଇ ଟ୍ରକ୍ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା। ଆଉ ଏଥିରେ ଦୁଇ ଜଣ ଜଳି ଯାଇଛନ୍ତି। ମୃତକମାନଙ୍କ ପରିଚୟ ମିଳିପାରି ନାହିଁ। ମୃତକ ଦ୍ୱୟ ଡ୍ରାଇଭର ନା ହେଲ୍ପର୍, ସେ ବିଷୟରେ ବି କିଛି ସ୍ପଷ୍ଟ ହୋଇନି। ଅନ୍ୟ ପକ୍ଷରେ ପୁଲିସ କହିବା ମୁତାବକ ଲୁହା ବୋଝେଇ ଟ୍ରକଟି ସମ୍ୱଲପୁରରୁ ରେଢ଼ାଖୋଲ ଅଭିମୁଖେ ଯାଉଥିଲା। ଆଉ ଗ୍ୟାସ୍ ଟ୍ୟାଙ୍କରଟି ବିପରୀତ ଦିଗରୁ ଆସୁଥିବା ବେଳେ ଦୁଇ ଗାଡ଼ି ମଧ୍ୟରେ ମହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିବା ବେଳେ ସେଥିରେ ଥିବା କର୍ମଚାରୀ ବାହାରି ନ ପାରି ଜଳି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରିରଖିଛି ।