ପିଡିପି ଅଧ୍ୟକ୍ଷା ମୁଫତି ମେହବୁବା ମୁଫତି ପୁଣି ଗୃହବନ୍ଦୀ!
ପିଡିପି ଅଧ୍ୟକ୍ଷା ମୁଫତି ମେହବୁବା ମୁଫତି ପୁଣି ଗୃହବନ୍ଦୀ!
ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି କହିଛନ୍ତି, ତାଙ୍କୁ ପୁନର୍ବାର ଗୃହବନ୍ଦୀ କରାଯାଇଛି । ସେ ପୁଲୱାମା ଜିଲ୍ଲାକୁ ଗସ୍ତ କରିବା ଯୋଜନା କରୁଥିବା ବେଳେ ତାଙ୍କୁ ଏଥିପାଇଁ ବାରଣ କରାଯିବା ସହ ପୁଣି ନଜରବନ୍ଦୀରେ ରଖାଯାଇଛି । ମେହବୁବା କହିଛନ୍ତି, ପୁଲୱାମାର ତ୍ରାଲ ସହରରେ ଏକ ପରିବାରକୁ ଯବାନମାନେ ମାରପିଟ କରିଛନ୍ତି ଏବଂ ସେହି ପରିବାରର ଜଣେ ମହିଳା ସଦସ୍ୟା ଆହତ ହୋଇଛନ୍ତି । ପୀଡ଼ିତ ପରିବାରକୁ ଭେଟିବା ପାଇଁ ବୁଧବାର କାର୍ୟ୍ୟକ୍ରମ ଥିଲା । ହେଲେ ଗୁପକର ମାର୍ଗ ସ୍ଥିତ ତାଙ୍କ ବାସଭବନ ମୁଖ୍ୟ ଫାଟକ ସମ୍ମୁଖରେ ସେନାର ଏକ ଗାଡ଼ି ରଖାଯାଇଛି । ସେ ଯେମିତି ବାହାରକୁ ନ ବାହାରି ପାରିବେ ସେଭଳି ବ୍ୟବସ୍ଥା କରାଯାଇଛି । ଏହାର ଏକ ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ମୁଫତି ଟ୍ୱିଟ୍ କରିଛନ୍ତି, ତ୍ରାଲ ଗାଁକୁ ଯିବା ପାଇଁ ଚେଷ୍ଟା କରିବାରୁ ତାଙ୍କୁ ପୁଣି ଗୃହବନ୍ଦୀ କରାଯାଇଛି ।




admin 