ବିଶ୍ୱ ସୁନ୍ଦରୀ ହେଲେ ଟୋନି ଏନ୍ ସିଂହ

ବିଶ୍ୱ ସୁନ୍ଦରୀ ହେଲେ ଟୋନି ଏନ୍ ସିଂହ

ବିଶ୍ୱ ସୁନ୍ଦରୀ ହେଲେ ଟୋନି ଏନ୍ ସିଂହ
ନୂଆଦିଲ୍ଲୀ: ଜାମାଇକା ସୁନ୍ଦରୀ ଟୋନି ଏନ୍ ସିଂହ ମିସ୍ ୱାର୍ଲଡ-୨୦୧୯ ମୁକୁଟ ହାସଲ କରିଛନ୍ତି । ଲଣ୍ଡନରେ ଶନିବାର ରାତିରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ମିସ୍ ୱାର୍ଲଡ-୨୦୧୯ ଟାଇଟଲ ଘୋଷଣା କରାଯାଇଥିଲା । ଫ୍ରାନସର ଓଫିଲି ମେଜିନୋ ଏହି ପ୍ରତିଯୋଗିତାରେ ଫାଷ୍ଟ ରନର ଅପ ହୋଇଥିବା ବେଳେ ଭାରତର ସୁମନ ରାଓ ଦ୍ୱିତୀୟ ରନର ଅପ୍ ହୋଇଛନ୍ତି । ୧୨୦ ଟି ରାଷ୍ଟ୍ରର ପ୍ରତିଯୋଗୀଙ୍କ ପଛରେ ପକାଇ ଟୋନି ଏନ୍ ସିଂହ ମିସ୍ ୱାର୍ଲଡ ଟାଇଟଲ ହାସଲ କରିବାକୁ ସକ୍ଷମ ହୋଇଛି । ତୃତୀୟ ସ୍ଥାନରେ ଥିବା ଭାରତର ସୁମନ ରାଓ ରାଜସ୍ଥାନ ବାସିନ୍ଦା ଏବଂ ଗତ ଜୁନରେ ସେ ମିସ୍ ଇଣ୍ଡିଆ-୨୦୧୯ ମୁକୁଟ ହାସଲ କରିଥିଲେ ।