ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରେ ୩ ଗିରଫ

ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରେ ୩ ଗିରଫ

ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରେ ୩ ଗିରଫ

ଭୁବନେଶ୍ବର:  ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମନୀଷଙ୍କ ଭୁବନେଶ୍ବର ସାଙ୍ଗ ଅମ୍ରତି ବିଶ୍ବାଳ ଏବଂ କନ୍ଧମାଳର ମୃତ୍ୟୁଞ୍ଜୟ ମିଶ୍ର ଓ ଦିନେଶ ମହାପାତ୍ର। ଆଜି ମଧ୍ୟାହ୍ନରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଡିସିପିଙ୍କ ସୂଚନା ଅନୁଯାୟୀ ମନୀଷ ଏହି ୩ ସାଙ୍ଗଙ୍କ ସହିତ ଲକ୍ଷ୍ମୀସାଗରର ଏକ ବାର୍‌କୁ ଯାଇଥିଲେ। ପରେ ସେଠାରୁ ପାତ୍ରପଡ଼ାସ୍ଥିତି ଉକ୍ତ ହୋଟେଲ୍‌ ଯାଇଥିଲେ। ହୋଟେଲ୍‌ରେ ବିଲ୍‌ ପମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ହୋଟେଲ୍‌ ବାହାରେ ବି ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେଠାରେ ସେମାନେ ମିଳତ ଭାବେ ମନେୀଷଙ୍କୁ ଆକ୍ରମଣ କରିଥିଲେ। ଠେଲା‌ପେଲା ଓ ଆକ୍ରମଣ ମଧ୍ୟରେ ମନୀଷଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟରେ ସେମାନେ ମୃତ ଶୀରରକୁ ପୋଖରୀରେ ଫିଙ୍ଗି ଦେଇଥିଲେ। ତେବେ ଏଯାଏ ମନୀଷଙ୍କ ମୋବାଇଲ୍‌ ମିଳି ନଥିବା ଡିସିପି କହିଛନ୍ତି। ତେବେ ଅଧିକ ତଦନ୍ତ କରିବା ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବା ପାଇଁ ଆବେଦନ କରାଯିବ। ଅଧିକ ତଦନ୍ତ କରାଗଲେ ସେଥିରେ ଆଉ କିଏ କିଏ ସାମିଲ ସେ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି ଡିସିପି କହିଛନ୍ତି।  ମୃତ୍ୟୁ ପୂର୍ବରୁ ଗଣ୍ଡଗୋଳ, ସିସିଟିଭି ଫୁଟେଜ୍ ଏବଂ ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି।  ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ସହିତ ଉକ୍ତ ବାର୍‌ ସିଲ୍ କରାଯିବା ସହିତ ବାର୍‌ ଚଳାୁଥିବା ପୁଲିସ ସଂପର୍କରେ ଅଧିକ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।