ମାଂସପେଶୀ ଚାପ ଦୂର କରିବ ଗୀତ

ମାଂସପେଶୀ ଚାପ ଦୂର କରିବ ଗୀତ

ଭୁବନେଶ୍ୱର : ବ୍ରିଟିଶ୍ ଏକାଡେ଼ମୀ ଅଫ୍ ସାଉଣ୍ଡଥେରାପି ର ଗବେଷକମାନେ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି , ମୁଡ଼ ଉପରେ ସଙ୍ଗୀତର ହିତକର ପ୍ରଭାବ କମ୍ କରିବା ପାଇଁ ଆପରଙ୍କୁ ୧୩ ମିନିଟ ଗୀତ ଶୁଣିବାକୁ ପଡ଼ିବ । ସଙ୍ଗୀତ ସହ ସମ୍ପର୍କ ବିଷୟରେ ଜାଣିବାକୁ ୭,୫୮୧ଜଣଙ୍କୁ ସେମାନେ ସର୍ଭେରେ ସାମିଲ କରିଥିଲେ ।

ପ୍ରତି ୯ ଜଣଙ୍କ ମଧ୍ୟରେ ଜଣେ କହିଥିଲେ , ସେମାନଙ୍କ ପସନ୍ଦର କଳାକାରଙ୍କ ସଙ୍ଗୀତ ସେମାନଙ୍କ ସ୍ୱାସ୍ଥ୍ୟ ଓ ସାମଗି୍ରକ କଲ୍ୟାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂୂମିକା ନିର୍ବାହ କରେ । ସେଥିପାଇଁ ଆଲୁକା ଅନୁଭବ କରିବା ଏବଂ ଦୈନନ୍ଦିନ ଜୀବନରେ ଚାପ ଦୂର କରିବା ପାଇଁ ଅନେକ ସଙ୍ଗୀତ ଶୁଣିଥାନ୍ତି ।

କିନ୍ତୁ ଗୋଟିଏ ଗୀତ ଶୁଣିଦେଲେ ,ଆପଣଙ୍କ ଚିନ୍ତା ବା ଚାପ କ୍ଷଣିକ ମଧ୍ୟରେ ଉଭାନ୍ ହୋଇଯିବ ନାହିଁ । ୩ ମିନିଟ୍ରୁ ଅଧିକ ଅବଧିର ୪ ଗୀତ ଆପଣଙ୍କୁ ଶୁଣିବାକୁ ପଡ଼ିବ । ୧୩ ମିନିଟ୍ ଗୀତ ଶୁଣିବା ଦ୍ୱାରା ମାଂସପେଶୀର ଚାପ ଦୂର ହୋଇପାରେ, ନକାରାତ୍ମକ ବିଚାର ଦୂର ହୋଇଥାଏ । ରାତିରେ ଭଲ ନିଦ ହେବା ପାଇଁ ସଙ୍ଗୀତ ସାହାର୍ଯ୍ୟ କରିଥାଏ । ଏହି ସବୁ ଆରାମଦାୟକ ପ୍ରଭାବର ଅନୁଭବ ପାଇଁ ଧୀମା ସ୍ୱରରେ ବାଦ୍ୟଯନ୍ତ୍ରଭିତିକ ସଙ୍ଗୀତ ଶୁଣିବାକୁ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି ।

ଚାପମୁକ୍ତ ହେବା ପାଇଁ ସଙ୍ଗୀତ ୧୩ ମିନିଟ୍ ସମୟ ନିଏ ସତ, କିନ୍ତୁ ତା ଠୁ କମ୍ ସମୟ ମଧ୍ୟରେ ଉତ୍ସାହପୂର୍ଣ୍ଣ ଭାବନା ଜାତ କରିଥାଏ । ଗବେଷଣାରେ ସାମିଲ ପ୍ରତିଯୋଗୀମାନେ ୯ ମିନିଟ ସଙ୍ଗୀତ ଶୁଣି ଅଧିକ ଖୁସି, ଅଧିକ ଉର୍ଜ୍ଜାବାନ ଏବଂ ନିଜ ଜୀବନକୁ ନେଇ ସନ୍ତୁଷ୍ଟ ଅନୁଭବ କରିଥିଲେ ।

ଦୈନନ୍ଦିନ ଜୀବନରେ ଉତ୍ସାହିତ ରହିବା ପାଇଁ ଉତ୍ସାହପୂର୍ଣ୍ଣ ତାଳ ଓ ସକରାତ୍ମକ ଗୀତ ଶୁଣିବାକୁ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି । ବୃତିଗତ ଜୀବନରେ ସଙ୍ଗୀତ ଫଳପ୍ରଦ ପ୍ରମାଣିତ ହୋଇଛି । ବି୍ଟିଶ ଏକାଡେ଼ମୀ ଅଫ୍ ସାଉଣ୍ଡ ଥେରାପି ଦ୍ୱାରା ୯୦ ପ୍ରତିଶତରୁ ଅଧିକ ଜଣଙ୍କୁ ଏ କ୍ଷେତ୍ରରେ ସର୍ଭେ କରାଯାଇଥିଲା ।