ମାଛର ଦାମ ୩ ଲକ୍ଷ
ମାଛର ଦାମ ୩ ଲକ୍ଷ
ଭୁବନେଶ୍ୱର: ଧାମରାରେ ବର୍ଷା ଦିନେ ମସô୍ୟଜୀବୀଙ୍କୁ ମୁହଁରେ ହସ ଫୁଟିଛି । ବୋଟର ମାଲିକ ଗୋଟାଏ ମାଛକୁ ୩ ଲକ୍ଷ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାଯାଇଛି । ଏହି ୩୨ କେଜି ଓଜନର ଶିଳା ମାଛ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଗ୍ରାମର ହାପିଜ ଉଲ୍ଲାଙ୍କ ବୋଟରେ ଧରାଯାଇଛି । ସମ୍ପୃକ୍ତ ବୋଟ ମାଲିକ ମାଛକୁ ଆଣି ଚନ୍ଦନୀପାଳ ନିଲାମ ଗୃହରେ ନିଲାମ କରିଥିଲେ ।
ଏହି ୩୨ କେଜି ଓଜନର ସିଳା ମାଛକୁ କଲକାତା ଅଞ୍ଚଳର ଜଣେ ବ୍ୟବସାୟୀ ୩ଲକ୍ଷ ୧୦ହଜାର ଟଙ୍କାରେ ନିଲାମ ଧରି କଲକାତା ଚାଲାଣ କରିବାର ଜଣାଯାଇଛି । ଏହି ମାଛରେ ଔଷଧ ନିର୍ମାଣରେ ବ୍ୟବହାର ହେଉଥିବା ବେଳେ , ଏହି ମାଛର ମାଂସ ମଧ୍ୟ ଉଚ୍ଚ ଦରରେ ବିକ୍ରି ହୋଇଥାଏ ବୋଲି ସମ୍ପୃତ ବ୍ୟବସାୟୀ ଜଣକ କହିଛନ୍ତି ।




admin 