ମୁଁ ବି ଚାହିଁଲେ ୫୦ ଗୁଣ୍ଡାଙ୍କୁ ନେଇ ହାରାସ କରିପାରିବି : ମନ୍ମଥ ମିଶ୍ର
ମୁଁ ବି ଚାହିଁଲେ ୫୦ ଗୁଣ୍ଡାଙ୍କୁ ନେଇ ହାରାସ କରିପାରିବି : ମନ୍ମଥ ମିଶ୍ର
ଭୁବନେଶ୍ୱର : ବାବୁସାନ ଓ ପ୍ରକୃତିର ଭିଡ଼ିଓ ଭାଇରାଲ ହେବା ପରେ ମୁହଁ ଖୋଲିଛନ୍ତି ପ୍ରକୃତିଙ୍କ ବାପା ତଥା ସୁନାମଧନ୍ୟ ସଂଗୀତଜ୍ଞ ମନ୍ମଥ ମିଶ୍ର । ସେ କହିଛନ୍ତିଯେ, ପୂର୍ବରୁ ଟିକି ଅପା ମୋତେ ଏକଥା କହିଥିଲେ । ମୁଁ ପ୍ରକୃତିକୁ ଏନେଇ ପଚାରିଥିଲି । ପ୍ରକୃତି କହିଥିଲାଯେ, ନନା ଏଥିରେ କିଛି ନାହିଁ । ଆମେ ମିଳାମିଶା କରୁଥିବାରୁ ତୃପ୍ତି ଈର୍ଷା କରୁଛନ୍ତି । ବାବୁସାନ ଓ ମୁଁ କେବଳ ସାଙ୍ଗ ବୋଲି ପ୍ରକୃତି କହିଥିଲେ ।
ମୋ ଝିଅ ପ୍ରକୃତି ବାବୁସାନଙ୍କୁ ବ୍ଲାକମେଲ କରିବ କାହିଁକି ? ପ୍ରକୃତିର ଅର୍ଥ ଅଭାବ ଅଛି ନା ତା’ର ଟ୍ୟାଲେଂଟ ଅଭାବ ଥିଲା । ସେମାନେ ଭଲ ସାଙ୍ଗ ଥିଲେ । ଆମ ପରିବାର ଓ ତାଙ୍କ ପରିବାର ସହ ମଧ୍ୟ ଭଲ ସମ୍ପର୍କ ରହିଛି । ପ୍ରକୃତି ୮ ବର୍ଷ ହେଲା ମୁମ୍ବାଇରେ ସଂଘର୍ଷ କରିଛି । ଏବେ ସେ ନାସନାଲ ଫିଲଡ଼ରେ ଖେଳୁଛି ବୋଲି ମନ୍ମଥ ମିଶ୍ର କହିଛନ୍ତି ।
ସେହିପରି ବାବୁସାନ ବାପା ହୋଇ ସାରିଲେଣି । ବାବୁସାନ ଓ ତୃପ୍ତି ତାଙ୍କ ଘର ସଜାଡ଼ିବା ଦରକାର । ତୃପ୍ତି ଏବେ ଅଲଗା ମାନସିକତାରେ ରହିଛି । ବାବୁସାନ ପ୍ରକୃତିଙ୍କୁ ଡିଷ୍ଟର୍ବ କରୁଥିଲେ ନା ପ୍ରକୃତି ବାବୁସାନଙ୍କୁ ଡିଷ୍ଟର୍ବ କରିଥିଲେ ଏହାର ପ୍ରମାଣ କିଏ ଦେବ ବୋଲି ମନ୍ମଥ ପ୍ରଶ୍ନ କରିଛନ୍ତି ।
ସେହିପରି ଯଦି ତୃପ୍ତିଙ୍କ ପାଖରେ ପ୍ରମାଣ ଥିଲା, ତେବେ ସେ ଆଇନର ଆଶ୍ରୟ ନେଇପାରିଥା’ନ୍ତେ । କିନ୍ତୁ ସେ ଗୁଣ୍ଡାଙ୍କୁ ଆଣି ମୋ ଝିଅକୁ ହାରାସ କଲେ । ଲଳିତ ବାବୁ ଏଭଳି କରିବେ ବୋଲି ମୁଁ ଆଶା ରଖିନଥିଲି । ମୁଁ ବି ଚାହିଁଲେ ୫୦ ଗୁଣ୍ଡା ନେଇ ତାଙ୍କୁ ବି ହାରାସ କରିପାରିବି । ମୁଁ କିନ୍ତୁ ସେଭଳି ନକରି ଥାନାକୁ ଗଲିବୋଲି ମନ୍ମଥ କହିଛନ୍ତି ।




admin 