ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରୁ ଭବାନୀପାଟଣା ଯାଏଁ ଆନ୍ଦୋଳନ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରୁ ଭବାନୀପାଟଣା ଯାଏଁ ଆନ୍ଦୋଳନ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରୁ ଭବାନୀପାଟଣା ଯାଏଁ ଆନ୍ଦୋଳନ

ଭୁବନେଶ୍ୱର: ମମିତା ମେହେରଙ୍କ ମୃତ୍ୟୁକୁ ମାସେ ପୁରିଥିବାବେଳେ ଏ ପ୍ରସଙ୍ଗ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରିଛନ୍ତି ବିରୋଧୀ। ରାଜଧାନୀରୁ କଳାହାଣ୍ଡି ଯାଏଁ ବିରୋଧୀ ବିଜେପି ଓ କଂଗ୍ରେସ ଆନ୍ଦୋଳନ ଜାରି ରଖିଛନ୍ତି।

ଏଭଳି ପ୍ରତିବାଦ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଭବାନୀପାଟଣା ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହିବା ଜାଣିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ସାଂସଦ ବସନ୍ତ ପଣ୍ଡା ଏ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି।

 ଆଜି ସକାଳେ ବିଜେପିର ଏକ ବିଶାଳ ରାଲି ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ତୀବ୍ର ବେଗରେ କରିଥିଲା। ଶିଶୁଭବନ ଛକଠାରେ ନାରାବାଜି ଓ ଧାରଣା ସହ କଳାପତାକା ପ୍ରଦର୍ଶନ କରୁଛନ୍ତି ବିଜେପି କର୍ମୀ । ଏଥିପାଇଁ ପୋଲିସ୍ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି । ଏହି ସମୟରେ କିଛି ବିଜେପି କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି ।

ଅନ୍ୟପଟେ କଳାହାଣ୍ଡି ସମେତ ଆଜି ଓଡିଶାର ସମସ୍ତ ୩୧୪ ବ୍ଲକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହିତ କଂଗ୍ରେସ ପକ୍ଷରୁ ମଧ୍ୟ ଆଜି କଳାହାଣ୍ଡିରେ ଜନତା କର୍ଫୁ୍ୟ ଡାକରା ଦିଆଯାଇଛି । କଳାହାଣ୍ଡିରେ କାଲିଠାରୁ ବ୍ୟାପକ ପୁଲିସ ଛାଉଣି ହୋଇଛି। କଂଗ୍ରେସ ଓ ବିଜେପି କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ ଉଠାଇ ନେଇ ଅଟକ ରଖିଛି। ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ମେଗା ଶୋଭାଯାତ୍ରାର ଆୟୋଜନ କରିଛି।