ରେଭେନ୍ସାରେ ରକ୍ତଦାନ ଶିବିର

ରେଭେନ୍ସାରେ ରକ୍ତଦାନ ଶିବିର

ରେଭେନ୍ସାରେ ରକ୍ତଦାନ ଶିବିର
କଟକ: ଶିକ୍ଷାର ପ୍ରାଣ କେନ୍ଦ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।  ଆଇଟିଏମ ବିଭାଗ ଓ ସ୍ୱାଭିମାନ ଯୁବ ଛାତ୍ର ମଞ୍ଚ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ କଟକ ଜିଲ୍ଲା କଂଗ୍ରେସ ସଭାପତି ଉଦଘାଟନ କରିଥିଲେ। ଉତ୍ସାହୀ ଛାତ୍ରଛାତ୍ରୀମାନଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ରକ୍ତଦାନର ମହତ୍ୱ ସମ୍ପର୍କରେ ଅବଗତ କରାଇଥିଲେ ଶ୍ରୀ ଚୌଧୁରୀ। ରକ୍ତଦାତାମାନଙ୍କୁ ଉତ୍ସାହିତ କରି ଶ୍ରୀ ଚୌଧୁରୀ କହିଲେ, ଆଗାମୀ ଦିନରେ ଏଭଳି ମହତ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯାଉ। ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ପାଇଁ ମଧ୍ୟ ସେ ପ୍ରତିଶୃତି ଦେଇଥିଲେ। ଏହି ମହତ କାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ବରିଷ୍ଠ ଆଇନଜୀବୀ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ, ଆଲୋକ ମହାପାତ୍ର, ଶୁଭଙ୍କର ବୋଷ,ରେଭେନ୍ସା ବ୍ଲୁ ଡ଼କ୍ଟର ବିପ୍ଳବ ଶିଳାଦିତ୍ୟଙ୍କ ସହିତ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃ ମଣ୍ଡଳୀ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଓ ରେଭେନ୍ସା ଛାତ୍ର ଆଶୁତୋଷ ରାଉତ ପରିଚାଳନା କରିଥିଲେ।