ଶୀଘ୍ର ଟିକା ଯୋଗାଣ : ଆଶ୍ୱସ୍ତି ଦେଲା ସେରମ୍

ଶୀଘ୍ର ଟିକା ଯୋଗାଣ : ଆଶ୍ୱସ୍ତି ଦେଲା ସେରମ୍

ଶୀଘ୍ର ଟିକା ଯୋଗାଣ : ଆଶ୍ୱସ୍ତି ଦେଲା ସେରମ୍
ନୂଆଦିଲ୍ଲୀ: ଶୀଘ୍ର ଟିକା ଯୋଗାଣ ନେଇ ଆଶ୍ୱସ୍ତି ଦେଲା ସେରମ ଇନଷ୍ଟିଚୁ୍ୟଟ୍ । କୋଭିସିଲ୍ଡ ଟିକା ପ୍ରସ୍ତୁତିକାରୀ ସଂସ୍ଥା ସେରମ୍ ଆଶ୍ୱସ୍ତି ଦେଲା । ଟିକା ପ୍ରସ୍ତୁତି ଏକ ଜଟିଲ ଓ ସ୍ୱତନ୍ତ୍ର ପ୍ରକ୍ରିୟା । ସେରମ କହିଛି ଯେ, ଏହା ନିଶ୍ଚିତ ଯେ ଲୋକେ ଟିକା ପାଇବା ଲାଗି ବ୍ୟଗ୍ରି ହେଉଛନ୍ତି । ରାତାରାତି କୋଟି କୋଟି ଡୋଜ୍ ଟିକା ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ଟିକା ପ୍ରସ୍ତୁତି ଲାଗି ସରକାର ସବୁ ପ୍ରକାର ସହଯୋଗ କରୁଛନ୍ତି । ଏବେ ସୁଦ୍ଧା ୨୬ କୋଟି ଡୋଜ୍ ଲାଗି ଶତପ୍ରତିଶତ ଅଗ୍ରୀମ ମିଳିଛି । କେନ୍ଦ୍ର ଠାରୁ ୧୧ କୋଟି ଡୋଜ୍ ଲାଗି ଅଗ୍ରୀମ ମିଳିଛି । ରାଜ୍ୟ ଓ ଘରୋଇ ହସ୍ପିଟାଲର ମଧ୍ୟ ୧୧ କୋଟି ଡୋଜ୍ ଆବଶ୍ୟକ ରହିଛି । ଆବଶ୍ୟକତାରୁ ଦୃଷ୍ଟିରେ ରଖି ଆମେ ଯଥା ସମ୍ଭବ ଚେଷ୍ଟା କରୁଛୁ ବୋଲି ସେରମ କହିଛି ।