ହାପି ବାର୍ଥ ଡେ ଭୁବନେଶ୍ୱର
ଭୁବନେଶ୍ୱର: ଆଜି ରାଜଧାନୀ ପ୍ରତିଷ୍ଠା । ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଆଜି ୭୫ବର୍ଷ ପୂରିଲା । ୧୯୪୮ ଏପ୍ରିଲ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଓଡ଼ିଶାବାସୀଙ୍କୁ ଭେଟି ଦେଇଥିଲେ ନୂଆ ରାଜଧାନୀ । ୩ଟି ରାଜସ୍ୱ ଗ୍ରାମ ଏବଂ ୧୫ ହଜାର ଲୋକସଂଖ୍ୟାରୁ ଆରମ୍ଭ ହୋଇଥିବା ରାଜଧାନୀ ଭୁବନେଶ୍ୱର ଏହି ୭୫ ବର୍ଷ ଭିତରେ ନେଇଛି ବିଶାଳ ନଗରୀର ରୂପ ।
ମନ୍ଦିର ମାଳିନୀ ଭୁବନେଶ୍ୱର ଏବଂ ସ୍ମାର୍ଟ ସିଟି । ଦେଶର ସ୍ପୋର୍ଟସ୍ ହବ ସହ ପୂର୍ବ ଭାରତର ଶିକ୍ଷା କେନ୍ଦ୍ର ପାଲଟିଛି ଭୁବନେଶ୍ବର । ରାଜଧାନୀ ଭୁବନେଶ୍ବର ଚାରିପଟକୁ ବଢିବାରେ ଲାଗିଛି । ଚେହେରା ବଦଳିଛି, ନୂଆ ପରିଚୟ ମିଳିଛି । ରାଜଧାନୀ ପ୍ରତିଷ୍ଠା ପାଳନ କରିବାକୁ ବ୍ୟାପକ ଆୟୋଜନ କରାଯାଇଛି । ଆଜିଠାରୁ ତିନିଦିନ ଧରି ଚାଲିବ ପ୍ରତିଷ୍ଠା ଦିବସ ସମାରୋହ। ଟ୍ଟ




admin 