୧୯୭୫ ଜରୁରୀକାଳୀନ ପରସ୍ଥିତିକୁ ଅଣ ସାମ୍ବିଧାନିକ ଘୋଷଣା କରିବାକୁ କୋର୍ଟରେ ମାମଲା

୧୯୭୫ ଜରୁରୀକାଳୀନ ପରସ୍ଥିତିକୁ ଅଣ ସାମ୍ବିଧାନିକ ଘୋଷଣା କରିବାକୁ କୋର୍ଟରେ ମାମଲା

୧୯୭୫ ଜରୁରୀକାଳୀନ ପରସ୍ଥିତିକୁ ଅଣ ସାମ୍ବିଧାନିକ ଘୋଷଣା କରିବାକୁ କୋର୍ଟରେ ମାମଲା
ନୂଆଦିଲ୍ଲୀ : ୧୯୭୫ ମସିହାର ଜରୁରୀକାଳୀନ ପରସ୍ଥିତିକୁ ଅଣସାମ୍ବିଧାନିକ ଘୋଷଣା କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ଏହା ସହିତ ୨୫ କୋଟିର କ୍ଷତିପୁରଣ ପାଇଁ ମଧ୍ୟ ଆବେଦନ କରାଯାଇଛି । ଜରୁରୀ ପରସ୍ଥିତି ସମୟରେ କରାଯାଇଥିବା ସମ୍ପତ୍ତି ଜବତକୁ ନେଇ ବୀରା ସରିନ ନାମକ ଜଣେ ମହିଳା ଏହି ମାମଲା ରୁଜୁ କରିଛନ୍ତି । ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ହୃଷୀକେଶ ରାୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି । ଯାଚିକାରେ ସରିନ ଉଲ୍କେଖ କରିଛନ୍ତି କି, ଜରୁରୀ କାଳୀନ ପରସ୍ଥିତି ସମୟରେ ସେମାନଙ୍କୁ ଦେଶ ଛାଡି ଯିବା ପାଇଁ ବାଧ୍ୟ କରାଯାଇଥିଲା । ଦେଶ ନଛାଡିଲେ ସେମାନଙ୍କୁ ଜେଲରେ ଭର୍ତ୍ତି କରାଯିବାର ଧମକ ଦିଆଯାଇଥିଲା । ଏହି କାରଣରୁ ସେ ଦେଶ ଛାଡି ଯିବା ପାଇଁ ବାଧ୍ୟ ହୋଇଥିଲେ ଏବଂ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ଏହି କାରଣରୁ ଜରୁରୀ କାଳୀନ ପରସ୍ଥିତିର ୪୩ ବର୍ଷ ପରେ ୯୪ ବର୍ଷୀୟ ସରିନ ମାମଲା ରୁଜୁ କରିଛନ୍ତି । ବରିଷ୍ଠ ଆଇନଜୀବି ହରିଶ ସାଲଭେ ସରିନଙ୍କ ପକ୍ଷରୁ ମାମଲା ଲଢୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ୨୫ ଜୁନ ୧୯୭୫ରୁ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଜରୁକାଳୀନ ପରସ୍ଥିତି ଲାଗୁ କରାଯାଇଥିଲା ।