ସୋରଡ଼ା ବିଧାୟକଙ୍କ କଳା କାରବାର ପଛରେ ପ୍ରଦୀପ ପାଣିଗ୍ରାହୀ
ସୋରଡ଼ା ବିଧାୟକଙ୍କ କଳା କାରବାର ପଛରେ ପ୍ରଦୀପ ପାଣିଗ୍ରାହୀ
admin
Nov 30, 2020 - 08:24
Updated: Nov 30, 2020 - 08:24
ଭୁବନେଶ୍ୱର: ସୋରଡ଼ା ବିଧାୟକଙ୍କ କଳା କାରବାର ପଛରେ ଲାଗିଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଟଙ୍କା । ଏଭଳି ଅଭିଯୋଗ ଆଣିଛନ୍ତି ଦଣ୍ଡପାଣି ମହାନ୍ତିଙ୍କ ପୁଅ ତଥା ଗତ ନିର୍ବାଚନର ସୋରଡ଼ା ବିଧାୟକ ପ୍ରାର୍ଥୀ ଭାବରେ କଂଗ୍ରେସରୁ ଲଢ଼ୁଥିବା ସଂଗ୍ରାମ କେଶରୀ ମହାନ୍ତି । ତାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଗୁମର ଖୋଲିଛନ୍ତି । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁ ଏବଂ ଜମି ମାଫିଆ ନିର ପାଢ଼ୀଙ୍କ ଜରିଆରେ କୋଟି କୋଟିର କଳା ଟଙ୍କାକୁ ବେପାରରେ ଲଗାଇଛନ୍ତି । ଏମାନଙ୍କ ମାଧ୍ୟମରେ ମାଲାମାଲ ହେବା ସହ ଏମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି । କେବଳ ଅଭିଯୋଗ କରି ନାହାନ୍ତି ଏସଆଇଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ, ପ୍ରଦୀପ ପାଣିଗ୍ରାହୀ ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁଙ୍କୁ ବିଜେଡି ଟିକେଟ କରାଇ ଦେଇଥିଲେ । ସେ ଜିତିବା ପରେ ତାଙ୍କ ଜରିଆରେ କଳା କାରବାରରେ ଟଙ୍କା ଲଗାଇଥିଲେ । କ୍ରମଶଃ କଳା ବେପାର ବଢ଼ିବାରେ ଲାଗିଥିଲା । ୨୦୦୯ ମସିହାରେ ୧ ଲକ୍ଷ ୫୩ ହଜାର ଟଙ୍କାର ସମ୍ପତ୍ତିର ମାଲିକ ଥିବା ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପତ୍ତି କୋଟି କୋଟି ଟଙ୍କାରେ ପହଞ୍ଚିଥିଲା । ଗୋପାଳପୁର ବିଧାୟକ ହେଲେ ମଧ୍ୟ ପ୍ରଦୀପଙ୍କର ଶ୍ୱଶୁର ଘର ସୋରଡ଼ାରେ ହୋଇଥିବାରୁ ସେ ସେଠାରେ ଏହି କଳା ବେପାର ବଢ଼ାଇଥିଲେ ।
ସଂଗ୍ରାମ ଆହୁରି ଅଭିଯୋଗ କରିଛନ୍ତି ଯେ, ପୂର୍ଣ୍ଣଚନ୍ଦ୍ର ୩ ଏକର ୧୨୦ ଡିସିମିଲ ସରକାରୀ ଜମି ମାଡ଼ି ବସିଛନ୍ତି । ସେଠାରେ ପ୍ରଥମେ ଚାରା ବିକି୍ର ହେଉଥିବା ବେଳେ ଏବେ ସେଠାରେ ଟିଭିଏସ ସୋ’ରୁମ ହୋଇଛି । ପୂର୍ଣ୍ଣଚନ୍ଦ୍ର ସରକାରୀ ଜାଗା ମାଡ଼ି ବସିବା ନେଇ ଅନେକ ଥର ଅଭିଯୋଗ ହୋଇଥିଲେ ତାଙ୍କୁ ସରକାରୀ ଅନୁକମ୍ପା ପଛରେ ପ୍ରଦୀପଙ୍କର ହାତ ଅଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିଭଳି ବିଧାୟକ ୨୫ ଏକର ଜାଗା ମାଡ଼ିବସି ଆଶ୍ରମ କରିଥିଲେ । ସେଠାରେ ବଜରଙ୍ଗ ଦଳରେ ଆଶ୍ରମ ହୋଇଥିଲା । ଲଗାତାର ଅଭିଯୋଗ ହେବା ପରେ ଏହି ଆଶ୍ରମ ଭଙ୍ଗା ଯାଇଥିଲା । ସେଠାରେ ଏକ ମଡର୍ଣ୍ଣ ସ୍କୁଲ ତିଆରି ହୋଇଥିଲା । ହେଲେ ସେଠାରେ ଏବେ ବି ଦୁଇଟି ରୁମରେ ଆଶ୍ରମ ଚାଲିଛି । ସୋରଡ଼ାରୁ ମୟଙ୍ଗୀ ଯିବା ରାସ୍ତାରେ ଦେଢ଼ଶହ ଏକର ବିବାଦୀୟ ଜମିକୁ ଉଭୟ ବିଧାୟକ କିଣିଛନ୍ତି । ଏଥିପାଇଁ କୋଟିଏର ଊଦ୍ଧ୍ୱର୍ ଟଙ୍କାର ଜମି କିଣାଯାଇଛି । ଯାହା ଗୋପାଳପୁର ବିଧାୟକଙ୍କ ଭାଇଙ୍କ ନାମରେ ରହିଛି । ବାଦୁଆଠାରେ ସିମେଣ୍ଟ ଇଟା ଫ୍ୟାକ୍ଟି୍ର ସୋରଡ଼ା ବିଧାୟକଙ୍କ ପତ୍ନୀଙ୍କ ନାମରେ ରହିଛି । ବର୍ଷ ବର୍ଷ ଧରି ବିନା ପରିବେଶ ମଞ୍ଜୁରୀରେ ବେଆଇନ ଭାବରେ ଚାଲିବା ପରେ ଅଭିଯୋଗ ହୋଇଥିଲା । ପରେ ଏନଜିଟି ମାମଲାର ବିଚାର କରି ବିଧାୟକଙ୍କ ପତ୍ନୀଙ୍କ ମୋଟା ଅଙ୍କର ଜରିମାନା କରିଥିଲା । ସେହିଭଳି ସରକାରୀ ଜାଗାରେ ପୋଖରୀ ଖୋଳା ଯାଇଛି ।