ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର, ପୁଣି ଦେଇପାରିବେ ପରୀକ୍ଷା
ନୂଆଦିଲ୍ଲୀ: ରୁଷ୍ ଆକ୍ରମଣ ଯୋଗୁଁ ୟୁକ୍ରେନ୍ରୁ ପଳାଇ ଆସିଥିବା ଭାରତୀୟ ଛାତ୍ର ଭାରତରେ ସେମାନଙ୍କର ଶେଷ ମେଡିକାଲ ପରୀକ୍ଷା ଦେଇପାରିବେ। ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍ର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା ବୁଧବାର ଏଭଳି ଆଶ୍ୱସ୍ତି ବାଣୀ ଶୁଣାଇଛନ୍ତି। ଏହାସହ ୟୁକ୍ରେନ୍କୁ ଅଧିକ ମାନବିକ ସାହାଯ୍ୟ ପଠାଇବା ପାଇଁ ମଧ୍ୟ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଝାପାରୋଭା ଏବଂ ଭାରତର ବିଦେଶ ବ୍ୟାପାର ସଚିବ ସଞ୍ଜୟ ବର୍ମାଙ୍କ ମଧ୍ୟରେ ବୁଧବାର ୟୁକ୍ରେନ୍-ଫେରନ୍ତା ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଝାପାରୋଭା କହିଥିଲେ, ୟୁକ୍ରେନ୍-ଫେରନ୍ତା ଛାତ୍ରମାନଙ୍କୁ ନିଜ ଦେଶରେ ୟୁନାଇଟେଡ୍ ଷ୍ଟେଟ୍ କ୍ୱାଲିଫିକେସନ ଏକଜାମ୍ ଦେବା ପାଇଁ ୟୁକ୍ରେନ୍ ଅନୁମତି ଦେବ। ଏହି ନିଷ୍ପତ୍ତି ଦ୍ୱାରା ୧୪,୦୦୦ ଭାରତୀୟ ଛାତ୍ର ଉପକୃତ ହୋଇପାରିବେ। ଏହି ଛାତ୍ରଛାତ୍ରୀମାନେ ଅନ୍ଲାଇନରେ କ୍ଲାସ୍ କରିପାରିବେ ଏବଂ କ୍ୱାଲିଫିକେସନ ବା ଅନ୍ତିମ ପରୀକ୍ଷା ନିଜ ଦେଶରେ ଦେବା ପାଇଁ ନିଷ୍ପତ୍ତି ନେଇପାରିବେ।




admin 